Posts

फुरक़त

Image
फुरक़त ©️ मनोज कुमार साहु तेरी फुरक़त में नशा है  पाने की  चाहने की तड़प की यादों की आंसू और सिसक की  तू कितनी ख़ास है ! फुरक़त में भी शिद्दत इश्क औ दर्द  मेरे लिए  बराबर है।

Odia Bhasakosh A, ଓଡ଼ିଆ ଭାଷାକୋଷ "ଅ"

Image
ଅ - ଏହା ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣ।ଅ ହେଉଛି ସ୍ବର ବର୍ଣ୍ଣର ପ୍ରଥମ ବର୍ଣ୍ଣ।  ଅ ବର୍ଣ୍ଣର ସ୍ବତନ୍ତ୍ର ମାତ୍ରା ବା କାର ନାହିଁ। ଓଡ଼ିଆ ଭାଷାର ପ୍ରତ୍ୟେକ ବ୍ୟଞ୍ଜନ ହେଉଛି ଅ ଯୁକ୍ତ। ମାନେ ପ୍ରତ୍ୟକ ବ୍ୟଞ୍ଜନ 'ଅ'କାରାନ୍ତ। ଉଦା- କ,ଖ,ଗ,ଘ,ଙ,ଚ,ଛ,ଜ,ଝ,ଞ ଆଦି ରେ 'ଅ' ସ୍ଵରବର୍ଣ୍ଣ ଯୁକ୍ତ ହୋଇ ଅଛି। ଯଦି କ୍,ଖ୍,ଗ୍,ଘ୍,ଙ୍,ଚ୍,ଛ୍,ଜ୍,ଝ୍,ଞ୍ ଆଦି ଲେଖି ଦିଆଯାଏ ତା'ହେଲେ ଏଠାରେ 'ଅ' ସ୍ଵରବର୍ଣ୍ଣ ନାହିଁ। ଅ - ପରମାତ୍ମା ଅ - (ବିଶେଷ୍ୟ ପଦ, ପୁଂଲିଙ୍ଗ) ୧| ଅର୍କ ମଣ୍ଡଳ ବୀଜାତ୍ମକ ଅକ୍ଷର ୨| ପରଂବ୍ରହ୍ମ ସୂଚକ ଏକାକ୍ଷର ୩ ଅ, ଯେ ସୃଷ୍ଟି ରକ୍ଷା କରନ୍ତି) ବିଷ୍ଣୁ ଭଗବାନ ୪|ମହେଶ୍ୱର, ଶଙ୍କ ୫| ପରଂବ୍ରହ୍ମ ୬|ପ୍ରଣବ ବା ଓମ୍ କାରର ଆଦ୍ୟ ଅଙ୍ଗ (ଅ+ଉ+ମ= OM)  (ତନ୍ତ୍ର ମତରେ 'ଅ' ର 17 ପ୍ରକାର ଅର୍ଥ ଅଛି।) ଅଇ - ବମନେଚ୍ଛା, ବାନ୍ତି କରିବା ଶବ୍ଦ  ଅଅ - (ଦେଶଜ ଶବ୍ଦ,ଅବ୍ୟୟ) ଅ ର ଦ୍ବଇତ୍ବ ଅଅଁଳା  - (ଦେଶଜ, ବିଶେଷ୍ୟ) ବଣ ଅଅଁଳା, ଅଁଳା,ଆମଳକ, ତ୍ରିଫଳା ମଧ୍ୟରୁ ଗୋଟିଏ (ହରିଡ଼ା, ବାହାଡ଼ା, ଅଁଳା) ଅଅଁଳାଇ -  (ଦେଶଜ, ବିଶେଷ୍ୟ) ଅଅଁଳେଇ, ଅଅଁଳା ଅଅଁଳା ନବମୀ - (ଦେଶଜ, ବିଶେଷ୍ୟ) ଆମଳକ+ ନବମୀ, ଧାତ୍ରୀ ନବମୀ, କାର୍ତ୍ତିକ ଶୁକ୍ଳ ନବମୀ( ଏହି ଦିନ ଅଅଁଳା ବୃକ୍ଷ ମୂଳରେ ବିଷ୍ଣୁଙ୍କ ପୂଜା କରାଯାଇଥାଏ) ଅଅଁଳା ମଞ୍ଜି ଆ   - (ଦେଶଜ, ବିଶେଷଣ ପଦ)...

ଓଡ଼ିଆ ଭାଷାକୋଷ ଉଇକିପିଡ଼ିଆ/ ଅଭିଧାନ କାହିଁକି ?

ସମସ୍ତ ଭାରତୀୟ ଭାଷାର ସମୃଦ୍ଧ ଭାଷାକୋଷ ଇଣ୍ଟରନେଟରେ ଉପଲବ୍ଧ ଅଥଚ ଓଡ଼ିଆ ଭାଷାର ସମୃଦ୍ଧ ଭାଷାକୋଷ କଥା ଛାଡ଼ ଓଡ଼ିଆ ଭାଷାର ଅତି ସାଧାରଣ ଭାଷାକୋଷ ବା ଅଭିଧାନ ଇଣ୍ଟରନେଟ ମଧ୍ୟ ନାହିଁ। ଓଡ଼ିଆ ଭାଷାର ଲିଖିତ ରୂପ (ସାହିତ୍ୟ କୃତି) ସାରଳା ଦାସଙ୍କ ଠାରୁ ଆରମ୍ଭ ହୋଇଛି।  ଓଡ଼ିଆ ଭାଷାର ପ୍ରଥମ ଅଭିଧାନ 1811 ମସିହାରେ ପ୍ରକାଶ ପାଇଥିଲା ମୋହନ ଠାକୁରଙ୍କ ଦ୍ୱାରା। ତାପରେ "ରେଭରେଣ୍ଡ ସଟନ୍" ଙ୍କ ଓଡ଼ିଆ ଭାଷା ବିଧାନ 1841 ମସିହାରେ ପ୍ରକାଶ ପାଇଥିଲା। ରେଭରେଣ୍ଡ ମିଲର୍ ଓ ରଘୁନାଥ ମିଶ୍ରଙ୍କର ଅଭିଧାନ 1861 ମସିହାରେ ପ୍ରକାଶ ପାଇଥିଲା। ବ୍ରୁକ୍ସ୍ ସାହେବଙ୍କ ଅଭିଧାନ 1874 ରେ, ଜଗନ୍ନାଥ ରାଓଙ୍କ ଅଭିଧାନ 1891ରେ, ମଧୁସୂଦନ ରାଓଙ୍କ ଅଭିଧାନ 1898ରେ, ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଅଭିଧାନ 1916 ରେ ପ୍ରକାଶିତ ହେଇଥିଲା। ସବୁଠାରୁ ମହାନ୍ କାର୍ଯ୍ୟ "ଗୋପାଳ ଚନ୍ଦ୍ର ପ୍ରହରାଜ" କରିଥିଲେ ପୂର୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଲେଖି। ପ୍ରହରାଜଙ୍କ ପୂର୍ବରୁ କେହି ପୂର୍ଣ୍ଣାଙ୍ଗ ଓ ପ୍ରାମାଣିକ ଓଡ଼ିଆ ଭାଷାକୋଷ ଲେଖି ନାହାନ୍ତି। ଅସଲ କଥାଟି ହେଲା ଆମେ ହେଲେ ଓଡ଼ିଆ ଲୋକ ଅମର ଶିକ୍ଷାର ମାଧ୍ୟମ ହେଲା ଓଡ଼ିଆ ଭାଷା ,  ବର୍ତ୍ତମାନ ଇଣ୍ଟରନେଟ ଯୁଗରେ ସମସ୍ତଙ୍କ ହାତରେ ମୋବାଇଲ୍ ଫୋନ୍। ତେଣୁ ଆମେ ସୂଚନା ଓ ଜ୍ଞାନର ଉତ୍ସ ଭାବରେ ଇଣ୍ଟରନେଟ କୁ ବ୍ୟବହାର କରୁଛେ। କିନ୍ତୁ ବିଡ଼ମ୍ବନାର ବିଷୟ ଏହା ଯେ ଆମେ ଯେତେବେ...

ଓଡ଼ିଆ ଭାଷା

ଓଡ଼ିଆ  ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ ଇଉରୋପୀୟ ଭାଷା ପରିବାର  ଅନ୍ତର୍ଗତ ଇଣ୍ଡୋ ଆର୍ଯ୍ୟ  ଭାଷା । ଏହା ଓଡ଼ିଶା ରାଜ୍ୟରେ ସର୍ବାଧିକ ବ୍ୟବ‌ହାର କରାଯାଉଥିବା ମୁଖ୍ୟ ଭାଷା। ଯାହା 92 % ଲୋକ ବ୍ୟବ‌ହର କରନ୍ତି।   ଏହାର 3 ଟି ଉପଭାଷା ଅଛି। ସେଗୁଡିକ ହେଲା :- 1. ବ୍ରହ୍ମପୁରୀ ବା ବ୍ରହ୍ମପୁରୀ 2. ସମ୍ବଲପୁରୀ ବା ଲରିଆ 3. କଟକି ( ଏହା ଶିକ୍ଷା, ରାଜନୀତି ଓ ମନୋରଞ୍ଜନର ଭାଷା ଅଟେ)  ଭାଷା ବିଜ୍ଞାନରେ ଓଡ଼ିଆ ଭାଷାକୁ  ବିଭାଷା ବା ବୋଲି ନାମକରଣ କରାଯାଇଛି  ଓଡ଼ିଶା ସମେତ ଏହା ପଶ୍ଚିମବଙ୍ଗ , ଛତିଶଗଡ଼ , ଝାଡ଼ଖଣ୍ଡ , ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା  ଓ ଗୁଜରାଟର ଓଡ଼ିଶା ସୀମା ବର୍ତ୍ତି ଅଞ୍ଚଳରେ  କୁହାଯାଇଥାଏ । ଏହା ଓଡ଼ିଶାର  ସରକାରୀ ଭାଷା । ଏହା    ସମ୍ବିଧାନ  ସ୍ଵୀକୃତିପ୍ରାପ୍ତ 22 ଭାଷା ମଧ୍ୟରୁ ଗୋଟିଏ ଓ ଏହା  ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।  ©️ ମନୋଜ କୁମାର ସାହୁ 

ଓଡ଼ିଆ ଭାଷା

ଓଡ଼ିଆ ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ ଇଉରୋପୀୟ ଭାଷା ପରିବାର ଅନ୍ତର୍ଗତ ଇଣ୍ଡୋ ଆର୍ଯ୍ୟ ଭାଷା । ଏହା ଓଡ଼ିଶା ରାଜ୍ୟରେ ସର୍ବାଧିକ ବ୍ୟବ‌ହାର କରାଯାଉଥିବା ମୁଖ୍ୟ ଭାଷା। ଯାହା 92 % ଲୋକ ବ୍ୟବ‌ହର କରନ୍ତି। ଏହାର 3 ଟି ଉପଭାଷା ଅଛି। ସେଗୁଡିକ ହେଲା :- 1. ବ୍ରହ୍ମପୁରୀ ବା ବ୍ରହ୍ମପୁରୀ 2. ସମ୍ବଲପୁରୀ ବା ଲରିଆ 3. କଟକି ( ଏହା ଶିକ୍ଷା, ରାଜନୀତି ଓ ମନୋରଞ୍ଜନର ଭାଷା ଅଟେ)  ଭାଷା ବିଜ୍ଞାନରେ ଓଡ଼ିଆ ଭାଷାକୁ  ବିଭାଷା ବା ବୋଲି ନାମକରଣ କରାଯାଇଛି  ଓଡ଼ିଶା ସମେତ ଏହା ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ , ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଗୁଜରାଟର ଓଡ଼ିଶା ସୀମା ବର୍ତ୍ତି ଅଞ୍ଚଳରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା। ଏହା ସମ୍ବିଧାନ ସ୍ଵୀକୃତିପ୍ରାପ୍ତ 22 ଭାଷା ମଧ୍ୟରୁ ଗୋଟିଏ ଓ ଏହା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।  ©️ ମନୋଜ କୁମାର ସାହୁ