Odia Bhasakosh A, ଓଡ଼ିଆ ଭାଷାକୋଷ "ଅ"

- ଏହା ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣ।ଅ ହେଉଛି ସ୍ବର ବର୍ଣ୍ଣର ପ୍ରଥମ ବର୍ଣ୍ଣ। 

ଅ ବର୍ଣ୍ଣର ସ୍ବତନ୍ତ୍ର ମାତ୍ରା ବା କାର ନାହିଁ।
ଓଡ଼ିଆ ଭାଷାର ପ୍ରତ୍ୟେକ ବ୍ୟଞ୍ଜନ ହେଉଛି ଅ ଯୁକ୍ତ। ମାନେ ପ୍ରତ୍ୟକ ବ୍ୟଞ୍ଜନ 'ଅ'କାରାନ୍ତ। ଉଦା- କ,ଖ,ଗ,ଘ,ଙ,ଚ,ଛ,ଜ,ଝ,ଞ ଆଦି ରେ 'ଅ' ସ୍ଵରବର୍ଣ୍ଣ ଯୁକ୍ତ ହୋଇ ଅଛି। ଯଦି କ୍,ଖ୍,ଗ୍,ଘ୍,ଙ୍,ଚ୍,ଛ୍,ଜ୍,ଝ୍,ଞ୍ ଆଦି ଲେଖି ଦିଆଯାଏ ତା'ହେଲେ ଏଠାରେ 'ଅ' ସ୍ଵରବର୍ଣ୍ଣ ନାହିଁ।

- ପରମାତ୍ମା

- (ବିଶେଷ୍ୟ ପଦ, ପୁଂଲିଙ୍ଗ)
୧| ଅର୍କ ମଣ୍ଡଳ ବୀଜାତ୍ମକ ଅକ୍ଷର
୨| ପରଂବ୍ରହ୍ମ ସୂଚକ ଏକାକ୍ଷର
୩ ଅ, ଯେ ସୃଷ୍ଟି ରକ୍ଷା କରନ୍ତି) ବିଷ୍ଣୁ ଭଗବାନ
୪|ମହେଶ୍ୱର, ଶଙ୍କ
୫| ପରଂବ୍ରହ୍ମ
୬|ପ୍ରଣବ ବା ଓମ୍ କାରର ଆଦ୍ୟ ଅଙ୍ଗ (ଅ+ଉ+ମ= OM) 
(ତନ୍ତ୍ର ମତରେ 'ଅ' ର 17 ପ୍ରକାର ଅର୍ଥ ଅଛି।)
ଅଇ - ବମନେଚ୍ଛା, ବାନ୍ତି କରିବା ଶବ୍ଦ 

ଅଅ- (ଦେଶଜ ଶବ୍ଦ,ଅବ୍ୟୟ) ଅ ର ଦ୍ବଇତ୍ବ

ଅଅଁଳା - (ଦେଶଜ, ବିଶେଷ୍ୟ) ବଣ ଅଅଁଳା, ଅଁଳା,ଆମଳକ, ତ୍ରିଫଳା ମଧ୍ୟରୁ ଗୋଟିଏ (ହରିଡ଼ା, ବାହାଡ଼ା, ଅଁଳା)

ଅଅଁଳାଇ - (ଦେଶଜ, ବିଶେଷ୍ୟ) ଅଅଁଳେଇ, ଅଅଁଳା

ଅଅଁଳା ନବମୀ - (ଦେଶଜ, ବିଶେଷ୍ୟ) ଆମଳକ+ ନବମୀ, ଧାତ୍ରୀ ନବମୀ, କାର୍ତ୍ତିକ ଶୁକ୍ଳ ନବମୀ( ଏହି ଦିନ ଅଅଁଳା ବୃକ୍ଷ ମୂଳରେ ବିଷ୍ଣୁଙ୍କ ପୂଜା କରାଯାଇଥାଏ)

ଅଅଁଳା ମଞ୍ଜି ଆ  - (ଦେଶଜ, ବିଶେଷଣ ପଦ) ଅଅଁଳା କୋଳି ପରି ଆକୃତିର କଣ୍ଟି, ଖଡ଼ୁ, ପାହୁଡ଼

ଅଅଁଳା ଲଇ - (ପ୍ରାଦେଶିକ, ବିଶେଷ୍ୟ) ଏକ ପ୍ରକାର ଗୁଳ୍ମ, ଏଥିର ଛାଲ ଲଇ ରୂପେ ବ୍ୟବହାର ହୋଇଥାଏ

ଅଇ ଉଠାଇବା - ବାନ୍ତି ଲାଗବା

ଅଇକା- (ଗ୍ରାମୀଣ ଶବ୍ଦ, ଅବ୍ୟୟ) ଏହିକ୍ଷଣି

ଅଇକ୍ଷଣି - ଏହିକ୍ଷଣି,ଅଇକା

ଅଇକ୍ଷଣିକା - ଏହିକ୍ଷଣି

ଅଇଖଣି - ଏହିକ୍ଷଣି

ଅଇଖଣିକା - ଏହିକ୍ଷଣି

ଅଇଖିଣି- ଏହିକ୍ଷଣି

ଅଇଖିଣିକା - ଏହିକ୍ଷଣି

ଅଇଘରା - (ଦେଶଜ, ବିଶେଷ୍ୟ) ଅଗ୍ନି ଉତ୍ସବ, ଅଗିରା ପୁନେଇଁ,ଅଗ୍ନି ଜଳା ପୁନେଇ ,ମାଘ ପୂର୍ଣ୍ଣିମା

ଅଇଘରାକୁ ବାଇଗଣ ଫୋପାଡ଼ିବା - ଅଗିରାକୁ ବାଇଗଣ ଫିଙ୍ଗିବା, ଅନାବନା କାମ କରିବା, ଅନିର୍ଦ୍ଦିଷ୍ଟ ଫଳ ବା ନିଷ୍ଫଳ କାମ କରିବା

ଅଇଘରା ପୁନିଅଁ/ପୁନେଇଁ- (ଗ୍ରାମୀଣ, ବିଶେଷ୍ୟ) ଅଗିରା ପୁନେଇଁ 
ଅଇଘିରା / ଅଇଘିରା - ଅଗ୍ନି ପୂର୍ଣ୍ଣିମା
ଅଇଛଣି / ଅଇଛଣିକା /ଅଇଛିକା/ଅଇଛିଣି/ଅଇଛୁଣିକା/ଅଇଛଣି-ଏହିକ୍ଷଣି

ଅଇଣ୍ଠା - ଉଚ୍ଛିଷ୍ଟ, ଖାଇ ସାରିବା ପରେ ପତ୍ରରେ ଛଡ଼ା ଯାଇଥିବା ଖାଦ୍ୟ

ଅଇଣ୍ଠା ଅଣ୍ଡୋଳ - ଅଇଣ୍ଠା ଲାଗି ଅପବିତ୍ର
ଅଇଣ୍ଠା ଉଠାଇବା- ଅଇଣ୍ଠା ପତ୍ର/ପାତ୍ର/ଥାଳି ଉଠାଇ ପରିଷ୍କାର କରିବା

ଅଇଣ୍ଠା ଉଠିବା- ଅଇଣ୍ଠା ପତ୍ର/ପାତ୍ର/ଥାଳି ଉଠାଇ ପରିଷ୍କାର କରିବା

ଅଇଣ୍ଠା କଇଣ୍ଠା- ଅଇଣ୍ଠା ବାସନ ଓ ସ୍ଥାନ 

ଅଇଣ୍ଠା କରିବା- ଖାଦ୍ୟ ପାତ୍ରରୁ ଖାଦ୍ୟ ଦ୍ରବ୍ୟକୁ ହାତ ପୁରେଇ ଖାଇବା ବା ପାତ୍ରର ଖାଦ୍ୟକୁ ଉଚ୍ଛିଷ୍ଟ କରିବା

ଅଇଣ୍ଠା ଖାଇବା- ଉଚ୍ଛିଷ୍ଟ ଖାଦ୍ୟ ଖାଇବା, ଚାଟୁକାରୀତା କରିବା, ଏକ ପ୍ରକାର ଅପମାନ ସୂଚକ ଗାଳି, ପରର ଭୋଗ୍ୟ ଦ୍ରବ୍ୟ ଭୋଗ କରିବା, ପର ସ୍ତ୍ରୀକୁ ସଂଗମ କରିବା

ଅଇଣ୍ଠା ଖାଇ- ଅଇଣ୍ଠା ଖିଆର ସ୍ତ୍ରୀଲିଂଗ ରୂପ

ଅଇଣ୍ଠାଖିଆ- ଅଇଣ୍ଠା ଖାଇର ପୁଂଲିଙ୍ଗ ରୂପ, ପରାନ୍ନଭୋଜୀ, ଅଇଣ୍ଠାଚଟା 

ଅଇଣ୍ଠା ଗୋଟାଇବା- (ଦେଶଜ, କ୍ରିୟା) ଅଇଣ୍ଠା ଉଠାଇବ

ଅଇଣ୍ଠାଚଟା- ଅଇଣ୍ଠାଖିଆ

ଅଇଣ୍ଠା ଗୋଟେଇ-  ଅଇଣ୍ଠା ଖାଇ

ଅଇଣ୍ଠା ଚଣ୍ଡ- ଜୀବିତ ଅବସ୍ଥାରେ ପରର ଅଇଣ୍ଠା ମାଗି କରି ଖାଇଥିବା ଲୋକର ପ୍ରେତ

ଅଇଣ୍ଠା ଚଣ୍ଡୀ - ଜୀବିତ ଅବସ୍ଥାରେ ପରର ଅଇଣ୍ଠା ମାଗି କରି ଖାଇଥିବା ସ୍ତ୍ରୀଲୋକର ପ୍ରେତ

ଅଇଣ୍ଠା ଚାଟିବା - ଅଇଣ୍ଠାଖିଆ

ଅଇଣ୍ଠାଜାଦୁ - ଚାରେଣି ବା ଆଠଏଣଇ ଆକୃତିର ଜାଦୁ/ କୁଣ୍ଢିଆ

ଅଇଣ୍ଠା ବରତନ - ଅଇଣ୍ଠା ପାତ୍ର/ ଅଇଣ୍ଠା ବାସନ

ଅଇଣ୍ଠା ହାତରେ କୁଆ ନ ହୁରୁଡେଇବା - ଅତି କୃପଣ ହେବା

ଅଇଣ୍ଡି - ଏକ ପ୍ରକାର ଶିଶୁରୋଗ, ଏହି ରୋଗରେ ଶିଶୁମାନଙ୍କର ପେଟ ଅଣ୍ଡାକାର ହୋଇ ବାହାରି ପଡ଼େ

ଅଇଣ୍ଡିଆ - ଏକ ପ୍ରକାର ଶିଶୁରୋଗ, ଏହି ରୋଗରେ ଶିଶୁମାନଙ୍କର ପେଟ ଅଣ୍ଡାକାର ହୋଇ ବାହାରି ପଡ଼େ

©️ ମନୋଜ କୁମାର ସାହୁ 
pg. 1, PB K












Comments

Popular posts from this blog

ଓଡ଼ିଆ ଭାଷା

फुरक़त