ଓଡ଼ିଆ ଭାଷାକୋଷ ଉଇକିପିଡ଼ିଆ/ ଅଭିଧାନ କାହିଁକି ?

ସମସ୍ତ ଭାରତୀୟ ଭାଷାର ସମୃଦ୍ଧ ଭାଷାକୋଷ ଇଣ୍ଟରନେଟରେ ଉପଲବ୍ଧ ଅଥଚ ଓଡ଼ିଆ ଭାଷାର ସମୃଦ୍ଧ ଭାଷାକୋଷ କଥା ଛାଡ଼ ଓଡ଼ିଆ ଭାଷାର ଅତି ସାଧାରଣ ଭାଷାକୋଷ ବା ଅଭିଧାନ ଇଣ୍ଟରନେଟ ମଧ୍ୟ ନାହିଁ।

ଓଡ଼ିଆ ଭାଷାର ଲିଖିତ ରୂପ (ସାହିତ୍ୟ କୃତି) ସାରଳା ଦାସଙ୍କ ଠାରୁ ଆରମ୍ଭ ହୋଇଛି। 
ଓଡ଼ିଆ ଭାଷାର ପ୍ରଥମ ଅଭିଧାନ 1811 ମସିହାରେ ପ୍ରକାଶ ପାଇଥିଲା ମୋହନ ଠାକୁରଙ୍କ ଦ୍ୱାରା। ତାପରେ "ରେଭରେଣ୍ଡ ସଟନ୍" ଙ୍କ ଓଡ଼ିଆ ଭାଷା ବିଧାନ 1841 ମସିହାରେ ପ୍ରକାଶ ପାଇଥିଲା।
ରେଭରେଣ୍ଡ ମିଲର୍ ଓ ରଘୁନାଥ ମିଶ୍ରଙ୍କର ଅଭିଧାନ 1861 ମସିହାରେ ପ୍ରକାଶ ପାଇଥିଲା।
ବ୍ରୁକ୍ସ୍ ସାହେବଙ୍କ ଅଭିଧାନ 1874 ରେ, ଜଗନ୍ନାଥ ରାଓଙ୍କ ଅଭିଧାନ 1891ରେ, ମଧୁସୂଦନ ରାଓଙ୍କ ଅଭିଧାନ 1898ରେ, ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଅଭିଧାନ 1916 ରେ ପ୍ରକାଶିତ ହେଇଥିଲା।
ସବୁଠାରୁ ମହାନ୍ କାର୍ଯ୍ୟ "ଗୋପାଳ ଚନ୍ଦ୍ର ପ୍ରହରାଜ" କରିଥିଲେ ପୂର୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଲେଖି। ପ୍ରହରାଜଙ୍କ ପୂର୍ବରୁ କେହି ପୂର୍ଣ୍ଣାଙ୍ଗ ଓ ପ୍ରାମାଣିକ ଓଡ଼ିଆ ଭାଷାକୋଷ ଲେଖି ନାହାନ୍ତି।
ଅସଲ କଥାଟି ହେଲା ଆମେ ହେଲେ ଓଡ଼ିଆ ଲୋକ ଅମର ଶିକ୍ଷାର ମାଧ୍ୟମ ହେଲା ଓଡ଼ିଆ ଭାଷା , ବର୍ତ୍ତମାନ ଇଣ୍ଟରନେଟ ଯୁଗରେ ସମସ୍ତଙ୍କ ହାତରେ ମୋବାଇଲ୍ ଫୋନ୍। ତେଣୁ ଆମେ ସୂଚନା ଓ ଜ୍ଞାନର ଉତ୍ସ ଭାବରେ ଇଣ୍ଟରନେଟ କୁ ବ୍ୟବହାର କରୁଛେ। କିନ୍ତୁ ବିଡ଼ମ୍ବନାର ବିଷୟ ଏହା ଯେ ଆମେ ଯେତେବେଳେ ଓଡ଼ିଆ ଭାଷାରେ କିଛି ସର୍ଚ୍ଚ କରୁ ସେତେବେଳେ ଆମକୁ ଓଡ଼ିଆ ଭାଷାର କୌଣସି ଗୋଟିଏ ଶବ୍ଦର ସଠିକ୍ ଅର୍ଥ ମିଳିନାହିଁ। ଏହା ଘୋର ଲଜ୍ଜାର ବିଷୟ ବୋଲି ଜଣେ ଓଡ଼ିଆ କୁ ଲାଗିବା ସ୍ବାଭାବିକ। ତେଣୁ ଓଡ଼ିଆ ଭାଷାର ଅସ୍ମିତା ପାଇଁ, ଓଡ଼ିଆ ଯୁବକ ଯୁବତୀ, ସ୍କୁଲ କଲେଜ ପଢୁଆ ପିଲାଙ୍କ ପାଇଁ ଏବଂ ଭାଷାତତ୍ତ୍ବ ସମ୍ବନ୍ଧରେ ତୁଳନାତ୍ମକ ଗବେଷଣ / ବ୍ୟତିରେକି ଗବେଷଣ ପାଇଁ ଓଡ଼ିଆ ଭାଷାକୋଷ ଉଇକିପିଡ଼ିଆ/ ଅଭିଧାନ କାହିଁକି ଇଣ୍ଟରନେଟ ରହିବା ନିତାନ୍ତ ଆବଶ୍ୟକ ବୋଲି ମୁଁ ମନୋଜ କୁମାର ସାହୁ ଭାବିଲି। ତେଣୁ ମୁଁ ମୋ ସମସ୍ତ ଅଭିଜ୍ଞତା, ଜ୍ଞାନ ଖଟାଇ ଏହି କାର୍ଯ୍ୟକ୍ରମରେ ନିଜକୁ ସମର୍ପିତ କରିବା ପାଇଁ ସ୍ଥିର କଲି।

ମୁଁ ଜଣେ ଅତି ସାମାନ୍ୟ ଓ ନଗନ୍ୟ ବିନ୍ଦୁ। ସୁଧି ପାଠକମାନେ ମୋର ତ୍ରୁଟି ମାର୍ଜନା କରିବେ ଏହା ମୋର ଆଶା।
ମୋ ସହିତ ଯୋଗାଯୋଗ କରିବା ପାଇଁ ମୋବାଇଲ୍ ନମ୍ବର - 9040981373

Comments

Popular posts from this blog

ଓଡ଼ିଆ ଭାଷା

फुरक़त

Odia Bhasakosh A, ଓଡ଼ିଆ ଭାଷାକୋଷ "ଅ"